ନିଦ୍ରାହୀନତାର କାରଣ ଓ ପ୍ରତିକାର
ମନୁଷ୍ୟ ଶରୀର ପାଇଁ ନିଦ୍ରାର ଆବଶ୍ୟକତା ଯଥେଷ୍ଟ ପରିମାଣରେ ରହିଛି । ଖାଦ୍ୟ, ଜଳ ଓ ବାୟୁଭଳି ନିଦ୍ରା ମଧ୍ୟ ସୁସ୍ଥ ଶରୀରପାଇଁ ଆବଶ୍ୟକ । ଉପଯୁକ୍ତ ଖାଦ୍ୟ ବିନା ଶରୀର ଯେପରି ଦୁର୍ବଳ ହୋଇଯାଏ, ଠିକ୍ ସେହିପରି ଆବଶ୍ୟକ ପରିମାଣରେ ନିଦ୍ରା ନ ହେଲେ ମନୁଷ୍ୟ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଏ । ସେ ତା’ର ଦୈନନ୍ଦିନ କାର୍ଯ୍ୟ କରିବାକୁ ଅକ୍ଷମ ହୋଇଯାଏ ଓ ପରିଶେଷରେ ନିଜ ପରିବାର ତଥା ସମାଜ ପାଇଁ ତା’ର କର୍ତ୍ତବ୍ୟ କରି ନ ପାରି ନିଜକୁ ଅଲୋଡ଼ା ବୋଲି ଭାବିଥାଏ । ଏହି ପରିପ୍ରେକ୍ଷୀରେ ନିଦ କିପରି ହୁଏ ତାହା ସର୍ବପ୍ରଥମେ ଆମର ଜାଣିବା ଉଚିତ ।
ଆମ ଶରୀରରେ ଯେଉଁସବୁ କାର୍ଯ୍ୟ ହୁଏ ତାହା ମସ୍ତିଷ୍କଦ୍ୱାରା ପରିଚାଳିତ ହୁଏ । ମସ୍ତିଷ୍କକୁ ଶରୀରରୁ ଆସୁଥିବା ସ୍ନାୟୁଦ୍ୱାରା ଖବର ଯାଏ ଓ ମସ୍ତିଷ୍କରୁ ଆସୁଥିବା ସ୍ନାୟୁଦ୍ୱାରା ଶରୀରର ବିଭିନ୍ନ ଅଂଶକୁ ଖବର ଯାଏ । ତେଣୁ ପ୍ରତ୍ୟେକ କାର୍ଯ୍ୟର ନିୟନ୍ତ୍ରକ ହେଲା ଆମର ମସ୍ତିଷ୍କ । ଏହି କାର୍ଯ୍ୟ ସମ୍ପାଦନ, ଅନୁଶୀଳନ ଓ ପ୍ରେରଣ କରିବା ଦ୍ୱାରା ମସ୍ତିଷ୍କର କୋଷଗୁଡ଼ିକ ଅବଶ ହୋଇଯାଆନ୍ତି ଓ ବିଶ୍ରାମ ଦରକାର କରନ୍ତି । ମସ୍ତିଷ୍କର ଏହି ସାମୟିକ ବିଶ୍ରାମ ହେଉଛି ନିଦ୍ରା ।
ନିଦ୍ରାକୁ ମୁଖ୍ୟତଃ ଦୁଇଗୋଟି ପର୍ଯ୍ୟାୟରେ ବିଶ୍ଳେଷଣ କରାଯାଇପାରେ ।
୧. ଦ୍ରୁତ ଚକ୍ଷୁଦୋଳନ ବିହୀନ : ଘଜଋଗ (ଘକ୍ଟଦ୍ଭ-ଜବକ୍ଟ୍ରସୟ ଋଚ୍ଚର ଗକ୍ଟଙ୍ଖରଜ୍ଞରଦ୍ଭଗ୍ଧ) ଏଥିରେ ଶୋଇଥିବା ସମୟରେ ଲୋକଟି ଧୀରେ ଧୀରେ ଆଖି ବୁଲାଇଥାଏ ।
ଏହା ଚାରିଗୋଟି ପର୍ଯ୍ୟାୟରେ ବିଭକ୍ତ ।
ପ୍ରଥମ ପର୍ଯ୍ୟାୟରେ ଲୋକଟି ବହୁତ ଧୀରେ ଆଖି ବୁଲାଇଥାଏ ।
ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ହେଉଛି ମଧ୍ୟବର୍ତ୍ତୀ ଅବସ୍ଥା ।
ଚତୁର୍ଥ ପର୍ଯ୍ୟାୟ ହେଉଛି ଗଭୀର ନିଦ୍ରାବସ୍ଥା ।
ଏହି ଚାରିଗୋଟି ପର୍ଯ୍ୟାୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୯୦ ମିନିଟ୍ ସମୟ ଲାଗେ । ଏହା ପରେ ପୁଣି ଦ୍ରୁତ ଚକ୍ଷୁ ଦୋଳନ ଆରମ୍ଭ ହୁଏ । କେଉଁ ପର୍ଯ୍ୟାୟରେ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି ତାହା ଉପରେ ନିଦ୍ରାହୀନତାର ପ୍ରଭାବ ନିର୍ଭର କରେ ।
୨. ଦ୍ରୁତ ଚକ୍ଷୁଦୋଳନ ଜଋଗ (ଜବକ୍ଟ୍ରସୟ ଋଚ୍ଚର ଗକ୍ଟଙ୍ଖରଜ୍ଞରଦ୍ଭଗ୍ଧ) -ଏଥିରେ ଲୋକଟି ଜୋରରେ ଆଖି ବୁଲାଇଥାଏ ।