ଡା. ସମ୍ରାଟ କର
ଡାକ୍ତର ସମ୍ରାଟ କର ମାନସିକ ରୋଗ ବିଶେଷଜ୍ଞ “ଦି ବ୍ରେନ୍ ଫାଉଣ୍ଡେସନ୍’ର ପ୍ରତିଷ୍ଠାତା ସଦସ୍ୟ ଓ ମ୍ୟାନେଜିଂ ଟ୍ରଷ୍ଟି । ରେଭେନ୍ସା କଲିଜିଏଟ୍ ସ୍କୁଲ, ରେଭେନ୍ସା କଲେଜ, ଏମ.କେ.ସି.ଜି. ମେଡିକାଲ କଲେଜ ଓ ଏନ.ଟି.ଆର. ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି । ସେ ସମାଜସେବା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ପାଇଁ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ବିଶେଷକରି ଶିକ୍ଷା କ୍ଷେତ୍ରରେ ବହୁ ସମ୍ମାନ ଯଥା- ପ୍ରଫେସର ଜି.ସି. ବରାଳ ସମ୍ମାନ, ପ୍ରଫେସର ବି.ଦାଶ, ସିଦ୍ଧାର୍ଥ ମେମୋରିଆଲ ସମ୍ମାନ (ଭାରତୀୟ ମାନସିକ ଚିକିତ୍ସକ ସଂଘ, ପୂର୍ବାଞ୍ଚଳ) । ମାନସିକ ରୋଗ ସମ୍ବନ୍ଧୀୟ ବହୁ ପୁସ୍ତକ ରଚନା କରିଛନ୍ତି, ଯଥା- ମନକଥା ଜାଣନ୍ତୁ, ମନରେ ଅଛି କଅଣ ଓ ହିନ୍ଦୀ ପୁସ୍ତକ ମନ୍ କୀ ବାତ୍ ଜାନିୟେ । ସେ ଦେଶ ବିଦେଶରେ ବହୁବାର ସନ୍ଦର୍ଭ ପାଠକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ମାନସିକ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ରେଡିଓ, ଟେଲିଭିଜନ୍ ଓ ବହୁ ସମ୍ବାଦପତ୍ର ଜରିଆରେ ଖ୍ୟାତିଲାଭ କରିଛନ୍ତି ।